ବନ୍ଦ କରନ୍ତୁ

ଇତିହାସ

ପୁରାତନ ସମ୍ବଲପୁର ଜିଲ୍ଲାର ଅତୀତକୁ ଦେଖିଲେ ଜଣାପଡ଼େ ଏହି ଜିଲ୍ଲା ପ୍ରଥମେ “ଝାରଗୁଡ଼ା” ନାମରେ ପରିଚ଼ିତ ଥିଲା । 16ଶହ ଶତାବ୍ଦୀ ରେ ଚ଼ୌହାନ ରାଜବଂଶ ର ବଳରାମଦେବ ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା କରିଥିଲେ । ଏହି ବଂଶର ସପ୍ତମ ରାଜା ଛତ୍ରସାଇଦେବ, (1656-1688)  ଙ୍କ ରାଜତ୍ୱ କାଳରେ ଝାରଗୁଡ଼ା ଏକ ଘଞ୍ଚ ଅରଣ୍ୟ ବେଷ୍ଟିତ ଅଞ୍ଚଳ ଥିଲା । ସେଠାରେ ଏକ ମଣିଷଖିଆ ବାଘ ଲୋକଙ୍କୁ ଭୟଭୀତ କରି ରଖିଥିଲା, ଯାହାକୁ ରାଜାଙ୍କର ନାତି ଶିବା ସିଂ, ନିଜର ତଲୱାର ସାହାଯ଼୍ୟରେ ମାରିଥିଲେ ଏବଂ ଅଞ୍ଚଳବାସୀଙ୍କୁ ଆଶସ୍ତ କରିଥିଲେ । ଛତ୍ରସାଇଦେବ ପୁରସ୍କାର ସ୍ୱରୂପ ଏ ଅଞ୍ଚଳ ତାଙ୍କୁ ଜାଗିରୀ ରୂପେ ପ୍ରଦାନ କରିଥିଲେ ଏବଂ ସେ 16 ଶହରୁ 18 ଶହ ଶତାବ୍ଦୀ ପର୍ଯ଼୍ୟନ୍ତ ଶାସନ କରିଥିଲେ ।
ଏହି ସମୟରେ ମରହଟ୍ଟା ଭୋସଁଲେଙ୍କ ଅଧିନତ୍ୱରେ ସମ୍ବଲପୁର ରାଜ୍ୟର ଅବନିତି ଘଟିଥିଲା । ଏବଂ 1818 ରେ ବ୍ରିଟିଶର ମାନେ, ଏହି ଅଞ୍ଚଳକୁ ନିଜହାତକୁ ନେଇ ମହାରାଜା ସାଏଙ୍କୁ ନାମକୁ ମାତ୍ର ରାଜା କରିଥିଲେ ତାଙ୍କ ମୃତ୍ୟୁପରେ, ତାଙ୍କର ବିଧବା ପତ୍ନୀ ମୋହନ କୁମାରୀ ବ୍ରିଟିଶ ମାନଙ୍କ ଦ୍ୱାରା ଶାସିକା ଘୋଷିତ ହୋଇ ଥିଲେ । ଏଥିରେ ଝାରସୁଗୁ଼ଡ଼ା ଜମିଦାର  ଗୋବିନ୍ଦ ସିଂ, ଏହି ଚୁକ୍ତିରେ କ୍ଷୁବଧ୍ ହୋଇ, ନିଜକୁ  ସମ୍ବଲପୁରର ପ୍ରକୃତ ଦାୟବ ବୋଲି ବିଦ୍ରୋହର ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କୁ ଖଣ୍ଡିଆଲର ବୀରକୃଷ୍ଣ ରାଏ, ବରଗଡ଼ର ଠାକୁର ଅଜିତ ସିଂ, ପାହାଡ଼ସିଙ୍ଗାଡ଼ିଆର ତ୍ରିଲୋଚ଼ନ ରାଏ, ଭେଡ଼େନ ଜମିଦାର ଅବଧୂତ ସିଂ, ଖରମାଙ୍ଗାର ମେଦିନି ବେରିଆ, ଚ଼ନ୍ଦ୍ର ବେହେରା, ବାମାଡ଼ା ଜମିଦାରୀର ଶିକରୁ ବେହେରା, ଜଗବନ୍ଧୁ ହୋତା, ବିଜୁ ବଫାଦାର, ଦାମରୁ କଣ୍ଡ, ରେହାନ ବିଶ୍ୱାଳ, ସମ୍ବଲପୁରର ନରସିଂହ ଘାଟୁ ଏବଂ ଅନେକ ଗଣ୍ଡ ଜାତିର ଲୋକ ମଧ୍ୟ ସହଯ଼ୋଗ କରିଥିଲେ ।

ବ୍ରିଟିଶ ବିରୁଦ୍ଧରେ, ଏହି ଆନ୍ଦୋଳନ 1827 ରୁ 1833 ପର୍ଯ଼୍ୟନ୍ତ ଅବାଧରେ ଚାଳିଥିଲା 1833 ରେ ବ୍ରିଟିଶ ଏବଂ ଗୋବିନ୍ଦ ସିଂ ମଧ୍ୟରେ ଝାଡ଼େଶ୍ୱର ମନ୍ଦିର ନିକଟରେ ଯୁଦ୍ଧ ହୋଇଥିଲା ଏବଂ ଗୋବିନ୍ଦ ସିଂ ମେଜର ୱିଲସନ ଦ୍ୱାରା ପରାଜିତ ହୋଇଥିଲେ। ଏ ଅଞ୍ଚଳକୁ କବଜା କରି, ତାଙ୍କୁ ଜେଲ ପଠାଇବା ପରେ ଖିଣ୍ଡାର ଜମିଦାର ସୁରେନ୍ଦ୍ର ସାଏ ମଧ୍ୟ ବିଦ୍ରୋହ କରିଥିଲେ। 1837ରେ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ “ଡକାୟତି” କରିବା ଦୋଷରେ ଗିରଫ କରି ହଜାରୀବାଗ ଜେଲକୁ ପଠାଇଦେଇଥିଲେ ।

ଧିରେ ଧିରେ ସମ୍ୱଲପୁର ଏଇ ବିଦ୍ରୋହାତ୍ମକ କାର୍ଯ୍ୟାକଳାପ ଶାନ୍ତ ହେଲା। କୁଟନୀତିଜ୍ଞ ବ୍ରିଟିଶ ସରକାର ଦେଲେ, ଏଇ ତୁକ୍ତିରେ ଯେ, ସେ ସମ୍ୱଲପୁର ରାଜସିଂହାସନ ଦାବୀ କରିବେ ନାହିଁ। ଜେଲରେ ନିଜର ସାଥୀମାନଙ୍କୁ ହରେଇ ସେ ଅବସନ୍ନ ହୋଇ ପଡ଼ିଥିଲେ, ତାଙ୍କୁ ଜେଲରୁ ରିହା କରାଗଲା ଏବଂ 1833 ରେ ତାଙ୍କର ଘନିଷ୍ଠ ସହଯୋଗୀ ଶିକରୁ ଜମାଦାର, ବିନୁ ବଫାଦାର, ଦାମରୁ କନ୍ଧ, ରୋଶନ ବିଶ୍ୱାଳ, ନରସିଂହ ଘାଟୁ ସମସ୍ତଙ୍କୁ ସମ୍ୱଲପୁର କାରାଗାରରେ ଫାଶୀ ଦଣ୍ଡ ଦିଆଯାଇଥିଲା ।

ସୁରେନ୍ଦ୍ର ସାଏ ତାଙ୍କର ଦ୍ୱିତୀୟ ବାର ଆନ୍ଦୋଳନରେ (1857-1863) ସହଯୋଗ କରିଥିବା ସାଥୀମାନଙ୍କର ମଧ୍ୟରେ ଅବସ୍ଥା ହେଲା। କୁଲାବିରା ଜମିଦାର କୁରଣାକର ନାଏକ, ତାଙ୍କ ପୁତୁରା କହ୍ନେଇ ନାଏକ, ସିଂହ ବାଘ, ଗଉଁତିଆ ଗଣେଷ ଉପାଧ୍ୟାୟ, ପତ୍ରାପାଲି ଗଉଁତିଆ, ବଳଭଦ୍ର ଦାସ କିର୍ତ୍ତିଆ, ଲଜକୁରା ଗଉଁତିଆ ମିଟୁକୁ ମାର, କାଦୁପାଲି ଯୁଦ୍ଧରେ ପ୍ରାଣାହ୍ୱାତି ଦେଇଥିଲେ। ଦଲକି ଏବଂ କୁମୁଡାପାଲିର ଗଣ୍ଡ ସର୍ଦ୍ଦାର ଗୋପାଲ ଧୁରୁଆ ଏବଂ ଠାକୁର ଭଇଁଷାଙ୍କୁ ଜେଲଦଣ୍ଡ ଦିଆଯାଇଥିଲା, ଏବଂ ତାପରେ ସମ୍ୱଲପୁର ବିଦ୍ରୋହ ଥମି ଯାଇଥିଲା।
1884 ମସିହାରେ ବେଙ୍ଗାଲ ନାଗପୁର ରେଲୱେର ନାମାଙ୍କନ ପରେ, ନାଗାପୁର ଓ କୋଲକାତା କୁ ସଂଯୋଗ କରିବା ପାଇଁ ଝାରସୁଗୁଡ଼ା ଠାରେ ରେଲୱେ ଷ୍ଟେସନ ନିର୍ମାଣ କରାଯାଇଥିଲା । 1895 ରେ ଝାରସୁଗୁଡ଼ା ଠାରେ ଏକ ପୋଷ୍ଟ ଅଫିସ ଓ ପୋଲିସ ଷ୍ଟେସନ ସ୍ଥାପନା କରାଗଲା ଏବଂ 1905 ରେ କେନ୍ଦ୍ରାଞ୍ଚଳରୁ ଝାରସୁଗୁଡ଼ାକୁ ଅଣାଯ଼ାଇ ଓଡ଼ିଶାରେ ଅର୍ନ୍ତଭୁକ୍ତ କରାଗଲା ।