କର୍ମସଂସ୍ଥାନ
୧. ଜିଲ୍ଲା ନିୟୋଜନ କାର୍ଯ୍ୟ।ଳୟ , ଝାରସୁଗୁଡା ତାରିଖ ୦୪.୦୬.୧୯୯୪ ଠାରୁ ବିଭକ୍ତ ହୋଇ ସମସ୍ତ ରେଭେନୁ ଜିଲ୍ଲା କୁ ନେଇ କାର୍ଯ୍ୟ କରୁ ଅଛି ।
୨. ଜିଲ୍ଲା ନିୟୋଜନ କାର୍ଯ୍ୟ।ଳୟ , ଠାରେ ପ୍ରଥମତଃ ବେକାର ଯୁବକ ଯୁବତୀ ମାନଙ୍କର ନାମ ପଞ୍ଜିକରଣ କରାଯାଏ ଓ ପର୍ଯ୍ୟ।ୟ କ୍ରମେ ସେମାନଙ୍କୁ ବୃତିଗତ ପରାମର୍ଶ ଦିଆ ଯାଇଥାଏ ।
୩. ବର୍ତମାନ ସରକାରୀ ନିଯୁକ୍ତି ସଙ୍କୁଚିତ ହୋଇଥିବାରୁ ରାଜ୍ୟ ସରକାର ୨୦୦୫ ମସିହା ଠାରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କୁ ଆଗେଇଛନ୍ତି ।
୪. ଜିଲ୍ଲା ନିୟୋଜନ ଅଧିକାରୀ ପ୍ରତିବର୍ଷ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଆୟୋଜନ କରି ବେକାର ଛାତ୍ର ଛାତ୍ରୀ ମାନଙ୍କୁ ଦକ୍ଷତା ବିକାଶ ଟ୍ରେନିଂ (PLTP) ନେବା ପାଇଁ ଅନୁରୋଧ କରୁଛନ୍ତି ।
୫. ଜିଲ୍ଲା ନିୟୋଜନ ଅଧିକାରୀ ପ୍ରତେକ ବର୍ଷ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ସହ ପର୍ଯ୍ୟ।ୟ କ୍ରମେ ଛୋଟ ବଡ ନିଯୁକ୍ତି ମେଳା ର ଆୟୋଜନ କରୁଅଛନ୍ତି ।
୬. ଦକ୍ଷତା ବିକାଶ ତାଲିମ ଓଡିଶା ଦକ୍ଷତା ବିକାଶ ମାଧ୍ୟମ ରେ ବିଭିନ୍ନ ଟ୍ରେନିଂ ଦେବା ପାଇଁ ବ୍ୟବସ୍ଥା କରାଯାଉଅଛି ।
୭. ସ୍ଥାନୀୟ ଦକ୍ଷତା ବିକାଶ ଅତିରିକ୍ତ କେନ୍ଦ୍ର ଠାରେ ଡାଲମିଆ ଭାରତ ଫାଉଣ୍ଡେସନ ମାଧ୍ୟମ ରେ ଛାତ୍ର ଛାତ୍ରୀ ମାନଙ୍କୁ ସିଲେଇ ଓ ବେଡ ସାଇଟ ଆସିଷ୍ଟାଣ୍ଟ ତାଲିମ ଦେବାପାଇଁ ବ୍ୟବସ୍ଥା କରିଛନ୍ତି ।
୮. ଦକ୍ଷତା ବିକାଶ କାର୍ଯ୍ୟ।ଳୟ, ପତ୍ରାପାଲି ଠାରେ ଗ୍ରାମତରଙ୍ଗ ମାଧ୍ୟମ ରେ ଝାରସୁଗୁଡା ଜିଲ୍ଲା ର ଛାତ୍ରୀ ମାନଙ୍କୁ ସିଲେଇ ତାଲିମ ଦେବାର ବ୍ୟବସ୍ଥା କରିଅଛନ୍ତି ।
୯. ଜିଲ୍ଲା ନିୟୋଜନ କାର୍ଯ୍ୟ।ଳୟ ଠାରେ ନିମ୍ନ ଲିଖିତ ଯଥା ନାମ ପଞ୍ଜୀକରଣ, ନାମ ସୁପାରିଶ ନିଯୁକ୍ତି ପାଇଥିବା ଏବଂ ନିଯୁକ୍ତି ଅପେକ୍ଷା ରେ ଥିବା ଛାତ୍ର ଛାତ୍ରୀ ମାନଙ୍କର ବିଗତ ଦୁଇ ବର୍ଷର ବିବରଣୀ ଦିଆଯାଇଅଛି ।
କ୍ର. ସଂ | ବର୍ଷ | ପଞ୍ଜୀକରଣ | ସୁପାରିଶ | ନିଯୁକ୍ତି | ଜୀବନ୍ତ ପଞ୍ଜୀକରଣ |
---|---|---|---|---|---|
୧ | ୨୦୧୮ | ୨୩୦୨ | ୧୩ | ୧୪ | ୧୭୭୫୦ |
୨ | ୨୦୧୯ (୩୧.୦୭.୧୯ ପର୍ଯ୍ୟନ୍ତ ) | ୧୫୩୨ | ୪୩୯ | ୪ | ୧୭୨୮୯ |
୧୦. ଜିଲ୍ଲା ନିୟୋଜନ କାର୍ଯ୍ୟ।ଳୟ ଠାରେ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ କେରିଅର କାଉନସିଲିଙ୍ଗ ର ଆୟୋଜନ କରାଯାଉଅଛି ।
୧୧. ଜିଲ୍ଲା ନିୟୋଜନ ଅଧିକାରୀ ବିଭିନ୍ନ ସ୍କୁଲ ଓ କଲେଜ ରେ କ୍ୟାରିୟର ଟକ ପର୍ଯ୍ୟ।ୟ କ୍ରମେ ଦେଇଆସୁଛନ୍ତି ।
୧୨. ଜିଲ୍ଲା ନିୟୋଜନ ଅଧିକାରୀ ପ୍ରତ୍ୟହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ।ଳୟ ପରିଦର୍ଶନ ରେ ଯାଉଅଛନ୍ତି ଓ ନିଯୁକ୍ତି ପାଇଥିବା ଛାତ୍ର ଛାତ୍ରୀ ମାନଙ୍କର ନିଯୁକ୍ତି ସମ୍ବନ୍ଧିୟ ସୂଚନା ଆଣୁଛନ୍ତି ।
୧୩. ଜିଲ୍ଲା ନିୟୋଜନ ଅଧିକାରୀ ପରିସଂଖ୍ୟାନ ସମ୍ବନ୍ଧିୟ ରିଟର୍ନ ରିପୋର୍ଟସ, ବିଧାନସଭା ସମ୍ବନ୍ଧିୟ ଉତ୍ତର ଓ ଆର.ଟି.ଆଇ ଇନଫର୍ମେଶନ ସମୟ ଅନୁସାରେ ପର୍ଯ୍ୟ।ୟ କ୍ରମେ ନିଜର ଉପରସ୍ଥ ଅଧିକାରୀ ମାନଙ୍କୁ ସମୟ ଅନୁସାରେ ଦିଆଯାଉଅଛି ।
୧୪. ଜିଲ୍ଲା ନିୟୋଜନ ଅଧିକାରୀ ଜିଲ୍ଲାରେ ଆର୍ମି ରିକୃଟମେଣ୍ଟ ରାଲି ଓ ପାରା ମିଲିଟାରୀ ଫୋର୍ସ ପାଇଁ ପ୍ରାକ ନିଯୁକ୍ତି ଶିବିର ଆୟୋଜନ କରିଥାନ୍ତି ।
୧୫. ଜିଲ୍ଲା ନିୟୋଜନ ଅଧିକାରୀଙ୍କୁ ଓଡିଶା ଦକ୍ଷତା ବିକାଶ ପ୍ରଦାଧିକାରୀ ଜିଲ୍ଲାରେ ନୋଡାଲ ଅଫିସର ହିସାବରେ ତାଲିମ ସମ୍ବନ୍ଧିୟ ଅନୁଷ୍ଠାନ ମାନଙ୍କୁ ପରିଦର୍ଶନ କରିବା ପାଇଁ ଆଦେଶ ପ୍ରଦାନ କରିଅଛନ୍ତି ।