ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା
ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଗୃହ ପାଇବା ନିମନ୍ତେ ଯୋଗ୍ୟତା ଗୁଡିକ କଣ
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ପାଇବା ନିମନ୍ତେ ଯୋଗ୍ୟତା :- SECC-୨୦୧୧ ତାଲିକାକୁ ଭିତ୍ତିକରି ପ୍ରସ୍ତୁତ ହୋଇଥିବା ଅଗ୍ରାଧିକାର ତାଲିକାରେ ସ୍ଥାନ ପାଇ ଗୃହ ନଥିବା କିମ୍ବା କଚ୍ଚା ଘରେ ରହୁଥିବା ପରିବାର ।
- ବିଜୁ ପକ୍କା ଘର ଯୋଜନା ମାଧ୍ୟମରେ ଗୃହ ପାଇବା ନିମନ୍ତେ ଯୋଗ୍ୟତା :- ଗୃହ ନଥିବା କିମ୍ବା କଚ୍ଚା ଘରେ ରହୁଥିବା ପରିବାର ।
- ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ମାଧ୍ୟମରେ ଗୃହ ପାଇବା ନିମନ୍ତେ ଯୋଗ୍ୟତା :- ନିର୍ମାଣ ଶ୍ରମିକ ରୂପେ ଅନ୍ୟୁନ ୧ ବର୍ଷ ପଞ୍ଜୀକରଣ ହୋଇଥିବା ଏବଂ ଗୃହ ନଥିବା କିମ୍ବା କଚ୍ଚା ଘରେ ରହୁଥିବା ପରିବାର ।
ହିତାଧିକାରୀ ରୂପେ ଚୟନ ହୋଇଛନ୍ତି କି ନାହିଁ କିପରି ଜାଣିବେ ଏବଂ କାହା ସହିତ ଯୋଗାଯୋଗ କରିବେ
- ଅଗ୍ରାଧିକାର ତାଲିକା ବ୍ଲକ / ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଳୟ / ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରେ ଉପଲବ୍ଧ । ଏହାକୁ ତନଖିକରି ନିଜ ପରିବାରର କ୍ରମିକ ସଂଖ୍ୟା ଜାଣିରଖନ୍ତୁ ।
- ଅଗ୍ରାଧିକାର ତାଲିକାରେ ସ୍ଥାନ ପାଇ ମଧ୍ୟ ଗୃହ ପାଇନଥିଲେ ତାହାର କାରଣ ଜାଣିବା ପାଇଁ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ କିମ୍ବା ବିଡିଓଙ୍କୁ ଯୋଗାଯୋଗ କରନ୍ତୁ ଏବଂ କାରଣ ଜାଣନ୍ତୁ ।
- ନିର୍ମାଣ ଶ୍ରମିକ ରୂପେ ପଞ୍ଜୀକୃତ ହୋଇଛନ୍ତି କି ନାହିଁ ଜାଣିବା ପାଇଁ ସମ୍ପୃକ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ ।
- ନିର୍ମାଣ ଶ୍ରମିକ ରୂପେ ଅନ୍ୟୁନ ୧ ବର୍ଷ ପଞ୍ଜୀକୃତ ହୋଇ ଗୃହ ନଥାଇ କିମ୍ବା କଚ୍ଚା ଘରେ ରହୁଥିଲେ, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ଗୃହ ପାଇବାପାଇଁ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ କିମ୍ବା ବିଡିଓଙ୍କୁ ଯୋଗାଯୋଗ କରନ୍ତୁ ।
ହିତାଧିକାରୀ ରୂପେ ଚୟନ ହେଲେ କଣ କଣ ପ୍ରମାଣ ପତ୍ର ଦାଖଲ କରିବାକୁ ହେବ
- ବ୍ୟାଙ୍କ ଖାତା, ଆଧାର କାର୍ଡ଼, ଭୋଟ ପରିଚୟ ପତ୍ର, MGNREGA କାର୍ଯ୍ୟ ପତ୍ର ଇତ୍ୟାଦି ର ନକଲ ।
- ଗୃହ ନିର୍ମାଣ କରାଯିବା ସ୍ଥାନର ପଟ୍ଟା / କବଲା (SALE DEED) ଇତ୍ୟାଦି ର ନକଲ ।
ହିତାଧିକାରୀ ରୂପେ ଚୟନ ହେଲେ କଣ ପାଇବେ
- ଗୃହ ନିର୍ମାଣ ବାବଦକୁ ୪ଟି କିସ୍ତିରେ ଟ.୧,୨୦,୦୦୦/- ଙ୍କ।ର ଆର୍ଥିକ ସହାୟତା ।(ପ୍ରଥମ କିସ୍ତି – ଟ.୨୦,୦୦୦/-, ଦ୍ଵିତୀୟ କିସ୍ତି – ଟ.୩୦,୦୦୦/-, ତୃତୀୟ କିସ୍ତି – ଟ.୪୦,୦୦୦/-, ଚତୁର୍ଥ କିସ୍ତି – ଟ.୩୦,୦୦୦/-)
- ଗୃହ ନିର୍ମାଣ ବାବଦକୁ ମନରେଗାରୁ ୯୦ ଦିନର ମଜୁରି ।
- ପାଇଖାନା ନିର୍ମାଣ ବାବଦକୁ ମନରେଗାରୁ ଟ.୧୨,୦୦୦/- ଙ୍କ।ର ଆର୍ଥିକ ସହାୟତା ।
- ସୋକ୍ ପିଟ୍ ନିର୍ମାଣ ବାବଦକୁ ମନରେଗାରୁ ଟ.୫,୬୦୦/- ଙ୍କ।ର ଆର୍ଥିକ ସହାୟତା ।
- ଜିଆ ଖତ କୁଣ୍ଡ ନିର୍ମାଣ ବାବଦକୁ ମନରେଗାରୁ ଟ.୨୦,୦୦୦/- ଙ୍କ।ର ଆର୍ଥିକ ସହାୟତା ।
ଏଥିସହିତ ପ୍ରଥମ କିସ୍ତି ପାଇବାର ୪ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କଲେ ଟ. ୨୦,୦୦୦/- କିମ୍ବା ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କଲେ ଟ. ୧୦,୦୦୦/- ଅତିରିକ୍ତ ପ୍ରୋତ୍ସ।ହନ ରାଶି ପାଇବେ ।
ବିଶେଷ ସୂଚନା :- କୌଣସି ସରକାରୀ କର୍ମଚାରି କିମ୍ବା ବ୍ୟକ୍ତି ବିଶେଷ ଉପୋରୋକ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ଯଦି ଲାଞ୍ଚ ମାଗନ୍ତି ତେବେ ସମ୍ପୃକ୍ତ ବିଡ଼ିଓଙ୍କୁ ଜଣ।ନ୍ତୁ ।
ସୌଜନ୍ୟ : ଜିଲ୍ଲା ପ୍ରଶାସନ, ଝାରସୁଗୁଡ଼ା
Physical Progress under Rural Housing Scheme – Jharsuguda
Report as on 10th July 2019
Sl No. | BLOCK | SPILLOVER TARGET | TARGET FOR FY 2019-20 | TOTAL TARGET | HOUSE COMPLETED | % of Achiev. |
---|---|---|---|---|---|---|
1 | Jharsuguda | 215 | 1453 | 1668 | 69 | 4 |
2 | Kirmira | 115 | 1704 | 1819 | 51 | 3 |
3 | kolabira | 58 | 1480 | 1538 | 20 | 1 |
4 | Laikera | 202 | 1339 | 1541 | 62 | 4 |
5 | Lakhanpur | 730 | 6024 | 6754 | 262 | 4 |
TOTAL | 1320 | 12000 | 13320 | 464 | 3 |
Sl No. | BLOCK | SPILLOVER TARGET | TARGET FOR FY 2019-20 | TOTAL TARGET | HOUSE COMPLETED | % of Achiev. |
---|---|---|---|---|---|---|
1 | Jharsuguda | 36 | 0 | 36 | 14 | 39 |
2 | Kirimira | 23 | 0 | 23 | 8 | 35 |
3 | kolabira | 9 | 0 | 9 | 6 | 67 |
4 | Laikera | 16 | 0 | 16 | 6 | 38 |
5 | Lakhanpur | 112 | 0 | 112 | 44 | 39 |
TOTAL | 196 | 0 | 196 | 78 | 40 |