ଜିଲ୍ଲା ସମ୍ବନ୍ଧରେ

ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲା ଝାରସୁଗୁଡ଼ା ଓଡ଼ିଶାର ସବୁଠାରୁ ଅଧିକ ଶିଳ୍ପ ବିକଶିତ ଜିଲ୍ଲା ଅଟେ । ୧୯୯୪ ମସିହା ଜାନୁୟାରୀ ୧ ତାରିଖରେ ଏହା ପ୍ରତିଷ୍ଠିତ ହୋଇଥିଲା । ଏଥିପୂର୍ବରୁ ଏହା ସମ୍ବଲପୁର ଜିଲ୍ଲାର ଏକ ଅଂଶ ହୋଇ ରହିଥିଲା । ଅତୀତରେ ରାମପୁର, କୋଲାବିରା, ପଦମପୁର, କୁଡ଼ାବଗାଇ ଜମିଦାର ମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯ଼ାଇଥିଲା । ଏହି ଜିଲ୍ଲା , ଉତ୍ତରରେ ସୁନ୍ଦରଗଡ଼, ଜିଲ୍ଲା ଦ୍ୱାରା ପୂର୍ବରେ ସମ୍ବଲପୁର ଜିଲ୍ଲା ଦ୍ୱାରା , ଦକ୍ଷିଣରେ ବରଗଡ଼ ଜିଲ୍ଲା ଦ୍ୱାରା ତଥା ପଶ୍ଚିମରେ ଛତିଶଗଡ଼ ରାଜ୍ୟ ଦ୍ୱାରା ପରିବେଷ୍ଟିତ । ଏହା ନଗପୁର ଠାରୁ ୬୧୬ କି.ମି. ଏବଂ କୋଲକାତା ଠାରୁ ୫୧୫ କି.ମି., ସମ୍ୱଲପୁର ସହର ଠାରୁ ୪୮ କି.ମି. ଏବଂ ଭୁବନେଶ୍ୱର ଠାରୁ ୩୭୨ କି.ମି. ଦ୍ୱରତ୍ୱରେ ଅବସ୍ଥିତ ଏହି ଜିଲ୍ଲା ୨୧.୮୨ ଉତ୍ତର ଆକ୍ଷାଂଶ ଏବଂ ୮୪.୧ ପୂର୍ବ ଦ୍ରାଘିମାରେ ସ୍ଥିତ ।ସହରାଞ୍ଚଳ ଜନସଂଖ୍ୟା ୨୩୧୧୬୫ ଏବଂ ଗ୍ରାମଞ୍ଚଳର ଜନସଂଖ୍ୟା ୩୪୮୩୪୦ ର ସମ୍ମିଶ୍ରଣରେ ଝାରସୁଗୁଡ଼ା ଜିଲ୍ଲାର ସମୁଦାୟ ଜନସଂଖ୍ୟା, ୩୫୨ ଟି ଗ୍ରାମକୁ ଦେଇ ୫୭୯୫୦୯ ଅଟେ । ଜିଲ୍ଲାର ସମୁଦାୟ ପୁରୁଷ ସଂଖ୍ୟା ୨୯୬୬୯୦ ଏବଂ ମହିଳା ସଂଖ୍ୟା ୨୮୨୮୧୫ ତଥା, ଅନୁସୂଚ଼ିତ ଜାତି ସଂଖ୍ୟା ୧୦୪୬୨୦, ଅନୁସୂଚ଼ିତ ଜନଜାତି ସଂଖ୍ୟା ୧୭୬୭୫୮ ପୁରୁଷ  ସାକ୍ଷରତା ହାର ୮୬.୬୧%  ତଥା ମହିଳା ସାକ୍ଷରତା ହାର ୭୦.୭୫ %  କୁ ନେଇ ସମଗ୍ର ଜିଲ୍ଲାର ସାକ୍ଷରତା ହାର ୭୮.୮୬ % ଅଟେ ।

ପ୍ରଶାସନିକ ସ୍ଥିତ ଦୃଷ୍ଟିରୁ ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ସବଡ଼ିଭିଜନ ହେଉଛି ଝାରସୁଗୁଡ଼ା ଏବଂ ପାଞ୍ଚୋଟି ତହସିଲ ଯଥା, ଝାରସୁଗୁଡ଼ା, ଲଖନପୁର, ଲଇକେରା, କୋଲାବିରା (ଉତ୍ତର), କିରମିରା (ଉତ୍ତର) ଏବଂ ପାଞ୍ଚୋଟି ବଲ୍ଲକ ଯ଼ଥା ଝାରସୁଗୁଡ଼ା, ଲଖନପୁର, ଲଇକେରା, କୋଲାବିରା, କିରମିରା କୁ ନେଇ  ଗଠିତ ।

ଝାରସୁଗୁଡ଼ା ଜିଲ୍ଲାର ଜଳବାୟୁ ମୁଖ୍ୟତଃ ଉତ୍ତପ୍ତ ଶୁଷ୍କ ଅଟେ ଯ଼ାହାକି ମଇ ମାସରେ ଅଧିକତମ ୪୨ ପର୍ଯ଼୍ୟନ୍ତ ପହଞ୍ଚିଥାଏ ଏବଂ ହାରାହାରି ବୃଷ୍ଟି ପାତର ପରିମାଣ  ୧୫୦୦ ମି.ଲି.ମି. ଅପ୍ରେଲରୁ ଅଗଷ୍ଟ ପର୍ଯ଼୍ୟନ୍ତ ଦକ୍ଷିଣ ପଶ୍ଚିମରୁ ବାୟୁ ପ୍ରବାହିତ ହୋଇଥାଏ, ତଥା ସେପ୍ଟେମ୍ୱର ମାସରୁ ଉତ୍ତର ପଶ୍ଚିମରୁ ବାୟୁ ପ୍ରବାହିତ ହେବାର ଦେଖାଯ଼ାଏ ।

ଅଧିକାଂଶ ମୃତ୍ତିକା ଭାଗ ଲାଲ ପଥୁରିଆ ଅଟେ ଏବଂ କିଛି ସମତଳ ଭାଗରେ ବାଦାମୀ, କୃଷ୍ଣ ମୃତ୍ତିକା ମଧ୍ୟ ଦେଖାଯ଼ାଏ, ଯ଼େଉଁଠି ଶସ୍ୟ ଏବଂ ପନିପରିବା ଚାଷ କରାଯ଼ାଏ । ଧାନଶସ୍ୟ, ଆଖୁ ଏବଂ ଚିନାବାଦାମ ଚାଷ ପାଇଁ ନଦୀକୂଳିଆ ମାଟି ଏବଂ ତ୍ରିକୋଣ ଭୂମି ଅଞ୍ଚଳର ବାଲିଆ ମାଟି ପ୍ରଯୁଜ୍ୟ ଅଟେ ।  ଲଖନପୁର ବ୍ଲକର କିଛି ଅଂଶରେ ଅଦା ଚାଷ ସ୍ୱତନ୍ତ୍ର ଭାବରେ କରାଯ଼ାଏ, ଯ଼ାହା ବିଦେଶକୁ ରପ୍ତାନୀ କରାଯ଼ାଇଥାଏ ।

ଏହି ଜିଲ୍ଲାର ଆର୍ଥିକ ସ୍ଥିତି ମୁଖ୍ୟତଃ ପ୍ରାକୃତିକ ସଂସାଧନକୁ ନେଇ ବିଚ଼ାର କରାଯ଼ାଇଥାଏ । ଜିଲ୍ଲାଟି ତାର ଖଣିଜ ପଦାର୍ଥ, ଯ଼ଥା କୋଇଲା, ବାଲୁକା ପ୍ରସ୍ତର ଏବଂ ଅଗ୍ନିନିରୋଧକ ମୃତ୍ତିକାରେ ପରିପୂର୍ଣ୍ଣ । କେତେକ ସ୍ଥାନରେ ଚୂନପଥର, ଗ୍ରାନାଇଟ୍, ଧଳାପଥର, ମାଙ୍କଡ଼ା ପଥର ଦେଖାଯାଏ, ଯାହା ଜିଲ୍ଲାର ଆର୍ଥିକ ସ୍ଥିତିକୁ ସୁଦୃଢ କରିଥାଏ । ଯ଼େପରି  ବେଦାନ୍ତ ଆଲୁମିନା, ଭୂଷଣ ଷ୍ଟିଲ ଏବଂ ପାୱର ଏବଂ ଟାଟା ରିଫ୍ରେକଟରି ।

ଅଧିକାଂଶ ଜଙ୍ଗଲଜାତ ଦ୍ରବ୍ୟ ଯଥା କେନ୍ଦୁପତ୍ର, କାଠ, ଚ଼ମଡ଼ା ଇତ୍ୟାଦିର ମଧ୍ୟ ଜିଲ୍ଲାର ଆର୍ଥିକ ଉନ୍ନତିରେ ଅବଦାନ ରହିଛି ।

ଜିଲ୍ଲାର ସାକ୍ଷରତା ହାର ୭୮.୮୬ % ରେ ପୁରୁଷ ଓ ମହିଳା ସାକ୍ଷରତା ହାର ଯ଼ଥାକ୍ରମେ ୮୬.୬୧ % ଏବଂ ୭୦.୭୩ % ଅଟେ  । ଏଠାରେ ଅନେକ ଶିକ୍ଷାନୁଷ୍ଟାନ ମଧ୍ୟ ରହିଛି, ଯ଼େପରି ଏସ.ଏମ. ମହାବିଦ୍ୟାଳୟ, ଝାରସୁଗୁଡ଼ା, ମହିଳା ମହାବିଦ୍ୟାଳୟ, ପି.କେ.ଏସ.ଏସ.  ମହାବିଦ୍ୟାଳୟ, ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡ଼ା ସରକାରୀ ଯ଼ାନ୍ତ୍ରୀକ ବିଦ୍ୟାଳୟ ତଥା ବ୍ଲାକ ଡ଼ାଇମଣ୍ଡ ଯ଼ାନ୍ତ୍ରୀକ ମହାବିଦ୍ୟାଳୟ ।

ଝାରସୁଗୁଡ଼ା ଏକ ପର୍ଯ଼୍ୟଟନ ସ୍ଥଳୀ ରୂପେ ମଧ୍ୟ ପରିଚ଼ିତ । ଲଖନପୁର ବ୍ଲକର କୁଇଲିଘୁଘର ଜଳପ୍ରପାତ, ଆଦ୍ୟସମ୍ଭୁ ପରି ବଣଭୋଜୀ ସ୍ଥଳ ମଧ୍ୟ ରହିଛି । ଜିଲ୍ଲାରେ ରହିଛି ଉଲାପଗଡ଼ର ଭଗ୍ନାବଶେଷ, ବିକ୍ରମଖୋଲର କେତେକ ଶିଳା ଲେଖ, ଉଷାକୋଠି ଗୁମ୍ଫା, କୁଲାବିରା ରାଜଦୁର୍ଗ ଇତ୍ୟାଦି ପର୍ଯ଼୍ୟଟନ ସ୍ଥଳ ଅନେକ ଗୁଡ଼ିଏ ଦର୍ଶନିୟ ଆକର୍ଷଣୀୟ ମନ୍ଦିର ରହିଛି । ଯ଼େପରି ପଦ୍ମପୁରର ପଦ୍ମାସିନି ମନ୍ଦିର,ପ୍ରାଚ଼ିନ ଝାଡ଼େଶ୍ୱର ମନ୍ଦିର, ରାମଚ଼ଣ୍ଡୀ ମନ୍ଦିର, ପାହାଡ଼େଶ୍ୱର ମନ୍ଦିର ଏବଂ ମହାଦେବପାଲିର ଶୈବପିଠ ।

ଧର୍ମ ଏବଂ ସାଂସ୍କୃତି ସମ୍ପନ ଝାରସୁଗୁଡ଼ା ଜିଲ୍ଲାରେ ଅନେକ ପର୍ବ ପର୍ବାଣୀ ପାଳନ କରାଯ଼ାଇଥାଏ । ଏ ଜିଲ୍ଲାର କେତେକ ଅଞ୍ଚଳର କିଛି ବିଶେଷ ପର୍ବ, ଯ଼ାତ୍ରା ଖୁବ୍ ପ୍ରସିଦ୍ଧି ଲାଭ କରିଛି । ଯ଼େପରି କୁକୁରଜଙ୍ଗାର ରଥଯ଼ାତ୍ରା, ରାଜପୁରର ଗୋକୁଳାଷ୍ଟମୀ ଯ଼ାତ୍ରା, ବେଲପାହାଡ଼ର ମକର ଯାତ୍ରା ଇତ୍ୟାଦି ।

ଭାରତର ସମସ୍ତ ପ୍ରାନ୍ତର ଅଧିବାସୀ ଏଠାରେ ଦେଖିବାକୁ ମିଲନ୍ତି । ଯ଼ାହା ଓଡ଼ିଶାର ଅନ୍ୟ ଜିଲ୍ଲା ଠାରୁ ଭିନ୍ନ ଅଟେ । ସମ୍ବଲପୁରୀ ଭାଷା ଏ ଜିଲ୍ଲାର ମାତୃ ଭାଷା ମଧ୍ୟ ଅଟେ । ଏହା ବ୍ୟତିତ କେତେକ ଗୋଷ୍ଠୀର ଅନ୍ୟାନ୍ୟ ଭାଷା ମଧ୍ୟ ଏଠି ଖୁବ ପ୍ରଚଳିତ ଯଥା  ଅଘରିଆ, ଲରିଆ, କିସାନ, ଖଡ଼ିଆ, ମୁଣ୍ଡା ଏବଂ ତୁରୀ  ।