ବନ୍ଦ କରନ୍ତୁ

ଶିକ୍ଷା

ସର୍ବଶିକ୍ଷା ଅଭିଯ଼ାନ ଓ ଶିକ୍ଷା ଅଧିକାର ଆଇନର କାର୍ଯ଼୍ୟକାରିତା

ଓଡ଼ିଶାରେ ସର୍ବଶିକ୍ଷା ଅଭିଯ଼ାନ ୩୦ ଟି ଜିଲ୍ଲାରେ ନିମ୍ନଲିଖିତ ଉଦ୍ଦେଶ୍ୟ ଗୁଡ଼ିକ ପୂରଣ କରିବା ପାଇଁ ୨୦୦୧  ମସିହାରୁ କାର୍ଯ଼୍ୟକାରୀ ହୋଇ ଅଛି ।

  • ୨୦୦୩ ମସିହା ସୁଦ୍ଧା ୬ ରୁ ୧୪ ବର୍ଷ ବୟସର ସମସ୍ତ ପିଲା ବିଦ୍ୟାଳୟରେ ନାମ ଲେଖିାଇଥିବେ ।
  • ୨୦୦୭ ମସିହା ସୁଦ୍ଧା ସମସ୍ତ ପିଲା ୫ ବର୍ଷର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିବେ ।
  • ୨୦୧୦ ମସିହା ସୁଦ୍ଧା ସମସ୍ତ ପିଲା ୮ ବର୍ଷର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିବେ ।
  • ୨୦୧୦ ମସିହା ସୁଦ୍ଧା ସମସ୍ତଙ୍କ ଅବଧାରଣା ।
  • ୨୦୦୭ ମସିହା ସୁଦ୍ଧା ପ୍ରାଥମିକ ସ୍ତରରେ ଓ ୨୦୧୦ ମସିହା ସୁଦ୍ଧା ଉଚ୍ଚ ପ୍ରାଥମିକ ସ୍ତରରେ ଲିଙ୍ଗଗତ ଓ ସାମଜିକ ବୌଷମ୍ୟର ସମନ୍ୱୟୀ କରଣ ।
  • ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଜୀବନ ଆଧାରିତ ଶିକ୍ଷା ଉପରେ ଗୁରୁତ୍ୱ ।

ଶିକ୍ଷକ ପ୍ରଶିକ୍ଷଣ

ସର୍ବଶିକ୍ଷା ଅଭିଯ଼ାନ ତରଫରୁ ଗୋଷ୍ଠୀ ସାଧନ କେନ୍ଦ୍ର(BRC)  ଓ ଆଞ୍ଚଳିକ ସାଧନ କେନ୍ଦ୍ର(CRC) ସ୍ତରରେ କାର୍ଯ୍ୟରତ  ଶିକ୍ଷକମାନଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରତିବର୍ଷ ୧୦ ଦିନ ପାଇଁ ବିଭିନ୍ନ ପ୍ରଶିକ୍ଷଣ ପେଟିକା(Module) ମାଧ୍ୟମରେ ସମଷ୍ଟିଗତ ତାଲିମ(Theme Based Training) ଓ ଇଂରାଜୀ, ଓଡ଼ିଆ, ଗଣିତ ଓ ବିଜ୍ଞାନ ପରି ବିଷୟ ନିର୍ଦ୍ଧିଷ୍ଟ ତାଲିମ(Subject Specific Training) ଦିଆଯ଼ିବାର ବ୍ୟବସ୍ଥା ରହିଛି ।

ଉଜ୍ଜଳ

  • ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ପଡ଼ି ଓ ଲେଖି ପାରୁଥିବେ ।
  • ସେମାନେ ଓଡ଼ିଆ ଲିଖନ ଓ ପଠନ ଉଭୟରେ ଦକ୍ଷ ହୋଇଥିବେ ।
  • ସେମାନେ ଗଣିତ ଓ ଇଂରାଜୀ ରେ ଶ୍ରେଣୀ ଉପଯ଼ୋଗୀ ଦକ୍ଷତା ହାସଲ କରିଥିବେ ।
  • ସେମାନେ ଉତ୍ତମ ମୂଲ୍ୟବୋଧ ହାସଲ କରିଥିବେ ।
  • ସେମାନେ ଉତ୍ତମ ଆଚ଼ରଣର ମୌଳିକ ଶିକ୍ଷା ପାଇଥିବେ ।

ସ୍କୁଲ ପୋଷାକ ଯ଼ୋଗାଣ

ସର୍ବଶିକ୍ଷା ଅଭିଯ଼ାନର ନିୟମ ଅନୁଯ଼ାୟୀ ସମସ୍ତ ସରକାରୀ ବିଦ୍ୟାଳୟମାନଙ୍କର ସମସ୍ତ ବାଳିକା, ଅନୂସୂଚ଼ୀତ ଜାତି ଓ ଜନଜାତିର ବାଳକ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ଗୁଡ଼ିକର ବାଳକମାନଙ୍କୁ ୨ ହଳ ସ୍କୁଲ ପୋଷାକ ଯୋଗାଇ ଦିଆଯାଉଛି, ପୁନଶ୍ଚ ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଓ ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀର ଦାରିଦ୍ର୍ୟ ସୀମାରେଖା ଉର୍ଦ୍ଦରେ ଥିବା ବାଳକ ମାନଙ୍କୁ ୨ ହଳ ସ୍କୁଲ ପୋଷାକ ଯୋଗାଇ ଦିଆଯ଼ାଉଛି।

ମାଗଣା ପାଠ୍ୟ ପୁସ୍ତକ ଯୋଗାଣ

ଝାରସୁଗୁଡ଼ା ଜିଲ୍ଲାର  ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ବିଦ୍ୟାଳୟରେ ପାଠ ପଢ଼ୁଥିବା ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ଼୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯ଼ାଉଛି ।

ପଢ଼ିବା ଅଭିଯ଼ାନ(Reading Campaign)

  • ଝାରସୁଗୁଡ଼ା ଜିଲ୍ଲାରେ ୨୪,୨୭୫ ଜଣ ଛାତ୍ର ଛାତ୍ରୀ “ବହି ମୋର ସାଥୀ” ଯୋଜନାରେ ପଞ୍ଜିକୃତ ହୋଇଛନ୍ତି ଓ ସେମାନଙ୍କୁ ବିଦ୍ୟାଳୟରୁ ନିୟମିତ ପୁସ୍ତକ ଯୋଗାଇ ଦିଆଯ଼ାଉଛି ।
  • ଯେତେବେଳେ ସେମାନେ ପୁସ୍ତକ ଫେରସ୍ତ କରନ୍ତି, ସେତବେଳେ ସେମାନଙ୍କୁ ପଠନ କରିଥିବା ପୁସ୍ତକରୁ ଯ଼ାହା ଶିଖିଲେ କହିବାପାଇଁ ପ୍ରୋତ୍ସାହିତ କରାଯାଇଥାଏ ।

ପରିବହନ ସହାୟକ/ସୁବିଧା

ଜିଲ୍ଲାରେ ବିଦ୍ୟାଳୟ ନଥିବା ବସତି ଗୁଡ଼ିକର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଅଧିକାର ଆଇନ ଅନୁସାରେ ମାସିକ ଟ. ୩୦୦/- ପରିବହନ ସହାୟକ ଖର୍ଚ୍ଚ ପ୍ରଦାନ କରାଯ଼ାଉଛି ।

ବାର୍ଷିକ ଅନୁଦାନ

ସର୍ବଶିକ୍ଷା ଅଭିଯାନର ନିୟମ ଅନୁସାରେ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ /ବିଭାଗକୁ ବାର୍ଷିକ ଟ. ୫୦୦୦/- ଏବଂ ପ୍ରତ୍ୟେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ/ ବିଭାଗକୁ ବାର୍ଷିକ ଟ. ୭୦୦୦/- ବିଦ୍ୟାଳୟ ବିକାଶ ଅନୁଦାବ ପ୍ରଦାନ କରାଯ଼ାଉଛି ପ୍ରତେକ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ବାର୍ଷିକ ଟ. ୫୦୦/- ଶିକ୍ଷକ ଅନୁଦାନ ପ୍ରଦାନ କରାଯ଼ାଉଛି । ମାରମତି ଓ ରକ୍ଷଣା ବେକ୍ଷଣ ଅନୁଦାନ ଶେଣୀ କୋଠରୀ ସଂଖ୍ୟା ଅନୁସାରେ ପ୍ରଦାନ କରାଯ଼ାଇଥାଏ । ଅତି ବେଶିରେ ପ୍ରତି ବିଦ୍ୟାଳୟ ପାଇଁ ହାରାହାରି ଟ. ୭୫୦୦/- ପ୍ରତି ବର୍ଷ ଦିଆଯ଼ାଇଥାଏ ।

  • ବିଦ୍ୟାଳୟ ବିକାଶ ଅନୁଦାନ କୁ ନିମ୍ନରେ ଉପଯ଼ୋଗ କରାଯ଼ାଇଥାଏ ।
    – ଚକ୍, ଡ଼ଷ୍ଟର, ରେଜିଷ୍ଟର, ନୋଟବୁକ, ପେନ, ସ୍କେଚପେନ, ଗ୍ଲୋବ, ଚାର୍ଟ, ଡ଼୍ରଇଂସିଟ, ପେନସିଲ, ରବର, ସାର୍ପନର, ଷ୍ଟେପଲର, ଷ୍ଟେପଲର ପିନ, ପଞ୍ଚ, ପେପେର ୱେଟ, ପିନ, ଅଠା ଆଦି କ୍ରୟ କରିବାରେ ।
    – ଲାଇବ୍ରେରୀ ପାଇଁ ପୁସ୍ତକ କ୍ରୟ କରିବାରେ ।
    – ଦରି, ଆସନ କ୍ରୟ କରିବାରେ, କଳାପଟା, ଖେଳ ସାମଗ୍ରୀ, ପ୍ରଦର୍ଶନ ବୋର୍ଡ଼, ବିଭିନ୍ନ କୋଣ, ବିଜ୍ଞାନ ଉପକରଣର ମରାମତି/ରକ୍ଷଣାବେକ୍ଷଣ କରିବାରେ, ଖବରକାଗଜ, ଶିଶୁପତ୍ରିକା କିଣିବାରେ, ବିଦ୍ୟୁତ ଶୁକ୍ଳ ପଇଠ କରିବାରେ, ଶୌଚ଼ାଳୟ ତଥା ବିଦ୍ୟାଳୟ ପରିବେଶ ସଫା ରଖିବାରେ ।
    – ବିଭିନ୍ନ ଜାତିୟ ଓ ବିଦ୍ୟାଳୟ ସ୍ତରୀୟ ପର୍ବ ପାଳନ କରିବାରେ ।

ଅନ୍ତର୍ନିବେଶୀ ଶିକ୍ଷା

୬ ରୁ ୧୪  ବର୍ଷ ବୟସର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱତନ୍ତ୍ର ତାଲିମ, ଶ୍ରବଣ ଯ଼ନ୍ତ୍ର, ଯ଼ାତ୍ରା ସହାୟକ ସୁବିଧା, ଚ଼କଲଗା ଗାଡ଼ି, ସରଳ ଓ ଜଟିଳ ଅସ୍ତ୍ରୋପ୍ରଚ଼ାର, ଶିକ୍ଷକ ତାଲିମ, ବ୍ରେଲବହି, ବାହ୍ୟ ପରିଭ୍ରମଣ ଆଦିର ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତୀତ ସର୍ବଶିକ୍ଷା ଅଭିଯ଼ାନରେ ଉଚ୍ଚ ପ୍ରାଥମିକ ସ୍ତରର ବାଳିକା ମାନଙ୍କୁ ଆତ୍ମରକ୍ଷା ତାଲିମ, ବିଦ୍ୟାଳୟ ପରିଚ଼ାଳନା କମିଟି ସଦସ୍ୟ ମାନଙ୍କୁ ତାଲିମ, ଗପ ଶୁଣାଇବା ଓ ସଂଗ୍ରହ କରିବା, ଅନୂସୂଚ଼ୀ ଜନଜାତିର ଛାତ୍ର ଛାତ୍ରୀ ମାନଙ୍କଠାରୁ ଲୋକଗୀତ ସଂଗ୍ରହ, ବିଭିନ୍ନ ପ୍ରକାର ବାଳିକା ଶିବିର, ବିଷୟ ଭିତ୍ତିକ ମେଳା, ସୁରଭି, କଂପ୍ୟୁଟର ସହଯ଼ୋଗରେ ଶିକ୍ଷଣ ଉଚ୍ଚ ପ୍ରାଥମିକ ସ୍ତର ପାଇଁ, ସ୍ୱତନ୍ତ୍ର ତାଲିମ (ଅଧାରୁ ପାଠ ଛାଡ଼ିଥିବା/କେବେ ନାମ ଲେଖାଇ ନଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ), ଶିକ୍ଷା ଅଧିକାର ଆଇନ ସମ୍ୱନ୍ଧରେ ସଚ଼େତନତା, ଶିକ୍ଷାର ବିକାଶ ପାଇଁ ଶିକ୍ଷା ଅଧିକାର ଆଇନ ସମ୍ବନ୍ଧରେ ସଚ଼େତନତା, ଶିକ୍ଷାର ବିକାଶ ପାଇଁ ଶିକ୍ଷା ଅଧିକାର ଆଇନ ଅନୁସାରେ ଘରୋଇ ବିଦ୍ୟାଳୟରେ ନାମ ଲେଖା ଆଦି ବ୍ୟବସ୍ଥା କରାଯ଼ାଇଥାଏ ।

ସମସ୍ତ ସ୍କୁଲ
ବର୍ଗ ବିଦ୍ୟାଳୟ ସଂଖ୍ୟା(ଶ୍ରେଣୀ ୧ ମ ରୁ ୧୦ ମ) ନାମଲେଖା(ଶ୍ରେଣୀ ୧ ମ ରୁ ୧୦ ମ)
ସରାକରୀ ୬୭୬ ୫୪୬୭୨
ଅନୁଦାନ ପ୍ରାପ୍ତ ୫୯ ୬୦୪୨
ଘରୋଇ ୧୦୨ ୩୦୫୩୫
ମୋଟ ୮୩୭ ୯୧୨୪୯
ପ୍ରାଥମିକ (ବିଭାଗ)
ବର୍ଗ ବିଦ୍ୟାଳୟ ସଂଖ୍ୟା(ଶ୍ରେଣୀ ୧ ମ ରୁ ୮ ମ) ନାମଲେଖା (ଶ୍ରେଣୀ ୧ ମ ରୁ ୮ ମ)
ସରାକରୀ ୬୫୯ ୪୬୮୨୭
ଅନୁଦାନ ପ୍ରାପ୍ତ ୨୧ ୧୪୨୫
ଘରୋଇ ୯୪ ୨୬୫୫୮
ମୋଟ ୭୭୪ ୭୪୮୧୦
ମାଧ୍ୟମିକ (ବିଭାଗ)
ବର୍ଗ ବିଦ୍ୟାଳୟ ସଂଖ୍ୟା(ଶ୍ରେଣୀ ୯ ମ ରୁ ୧୦ ମ) ନାମଲେଖା(ଶ୍ରେଣୀ ୯ ମ ରୁ ୧୦ ମ)
ସରାକରୀ ୬୭ ୭୮୪୫
ଅନୁଦାନ ପ୍ରାପ୍ତ ୩୮ ୪୬୧୭
ଘରୋଇ ୩୨ ୩୯୭୭
ମୋଟ ୧୩୭ ୧୬୪୩୯