ବନ୍ଦ କରନ୍ତୁ

ସଂସ୍କୃତି ଏବଂ ଐତିହ୍ୟ

ଓଡ଼ିଶାର ଶିଳ୍ପ ନଗରୀ ଝାରସୁଗୁଡ଼ାର ପ୍ରାଚ଼ୀନ ପରମ୍ପରା ଓ ଐତିହ୍ୟ ଅତି ସମୃଦ୍ଧଶାଳୀ ଶହ ଶହ ବର୍ଷ ଧରି ବିଭିନ୍ନ ପ୍ରକାର ମେଳା, ଉତ୍ସବ ଓ ଯ଼ାନିଯ଼ାତ୍ରା ର ପାଳନ ଏହି ପରମ୍ପରା କୁ ଉଜ୍ଜୀବିତ କରି ରଖିଛି । ମେଳା ଉତ୍ସବ ଗୁଡ଼ିକର ମହାଡ଼ମ୍ବରରେ ପାଳନ ପ୍ରଥା, ଝାରସୁଗୁଡ଼ାର ସାଂସ୍କୃତିକ ଓ ଧାର୍ମିକ ପରମ୍ପରା କୁ ଜୀବନ୍ତ କରିବାରେ ମୁଖ୍ୟ ଭୂମିକା  ଅବଲମ୍ୱନ କରିଛି ଯଦିଓ କିଛି ମେଳା ଓ ଉତ୍ସବ ଗୁଡ଼ିକ ଓଡ଼ିଶାର ଅନ୍ୟ ପ୍ରାନ୍ତର ଉତ୍ସବ ସହିତ ସାମଞ୍ଜସ୍ୟ ରକ୍ଷା କରେ ତଥାପି କିଛିଟା ଉତ୍ସବର ସ୍ୱତନ୍ତ୍ରତା ରହିଛି । ଯ଼ାହା ଝାରସୁଗୁଡ଼ା କୁ ଓଡ଼ିଶା ଦରବାରରେର ଏକ ଅନନ୍ୟ ପରିଚ଼ୟ ଦିଏ । ଏହି ଜିଲ୍ଲାର କିଛି ସ୍ଥାନିୟ ଉତ୍ସବ ଯଥା କୁକୁରଜଙ୍ଗାର ରଥଯ଼ାତ୍ରା, ରାଜପୁରର ଗୋକୁଳାଷ୍ଟମୀ ଯ଼ାତ୍ରା ଏବଂ ବେଲପାହାଡ଼ର ମକର ଯାତ୍ରା ଓଡ଼ିଶା ଇତିହାସରେ ବେଶ ପ୍ରସିଦ୍ଧି ଲାଭ କରିଛି ।

ଝାରସୁଡ଼ା ଜିଲ୍ଲାର ମୁଖ୍ୟ ମେଳା ଓ ଉତ୍ସବ ସମୁହ-

ରନଜତା ଉତ୍ସବ-

ଷୋଳଶହ ଶତାବ୍ଦୀରେ ପୃଥୀରା ଚ଼ୌହାନ୍ ଙ୍କ ବଂଶଜ ସ୍ୱର୍ଗତଃ ଚ଼ୌହାନ ରାଜା “ବଳରାମ ଦେବ” ଙ୍କ ଦ୍ୱାରା ପ୍ରତିଷ୍ଠା ଲାଭ କରିଥିଲା । ଏହି ପ୍ରସିଦ୍ଧ ରନଜତା ଉତ୍ସବ ଏହାର ମୂଳଦୁଆ ପଡ଼ିଥିଲା । ସର୍ବ ପ୍ରଥମେ ସମ୍ବଲପୁର ଜିଲ୍ଲାର ମୁଖ୍ୟ ସହରରେ ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଏହି ଉତ୍ସବ ପାଳିତ ହୁଏ । ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ସହରରେ ଏବଂ କୋଲାବିରା ରେ ଏହି ଉତ୍ସବ ପାଳିତ ହୋଇଥାଏ ଏହି ଉତ୍ସବରେ ଜମିଦାର ଙ୍କ ଦାୟଦମାନେ ରାଜକୀୟ ତଲୱାର ଧରି ଏକ ବିରାଟ ଶୋଭାଯ଼ାତ୍ରାରେ ବାହାରି ପଡ଼ନ୍ତି । ବିବିଧ ରାଜକୀୟ ଅସ୍ତ୍ର ଯ଼ଥା ଖଣ୍ଡା, ବର୍ଛା, ଧନୁଶର ତଥା ହାତବନ୍ଧୁକ ରେ ସୁସଜ୍ଜିତ ହୋଇ ଶୋଭାଯ଼ାତ୍ରାରେ ସାମିଲ ହୋଇ ନିଜର ବୀରତ୍ୱର ପରିଚ଼ୟ ଦେଇଥାନ୍ତି । ଏହି ଶୋଭାଯ଼ାତ୍ରାରେ ଜନସାଧାରଣ ଙ୍କ ସମାଗମ ର ନମୁନା ମଧ୍ୟ ଦେଖିବାକୁ ମିଳିଥାଏ । ଉତ୍ସବରେ ଭାଗନେଇଥିବା ବୀର ମାନେ ନିଜ ପୂର୍ବଜ ଯୋଦ୍ଧା ମାନଙ୍କ ଠାରୁ ଶିକ୍ଷାଲାଭ କରିଥିବା ସାମରିକ ବାଦ୍ୟର ଉପସ୍ଥାପନା କରି ଥାଆନ୍ତି ।

କୁକୁର ଜଙ୍ଗାର ପ୍ରସିଦ୍ଧ ରଥଯାତ୍ରା-

ଉତ୍କଳର ପୁରାତନ ପରମ୍ପରା ଅନୁଯ଼ାୟୀ ଉତ୍କଳ ର ଅଧିଷ୍ଟାତା ଓ ଅଧିଷ୍ଠାତ୍ରୀ ଦେବୀ ଶଙ୍ଖକ୍ଷେତ୍ର ପୁରୀ ନିବାସୀ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଭଗିନୀ ସୁଭଦ୍ରା ଦେବୀ ଙ୍କ ଉତ୍ସର୍ଗରେ ପାଳିତ ହୁଏ । ପବିତ୍ର ରଥଯ଼ାତ୍ରା ପବିତ୍ର  ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତିୟା ତିଥିରେ ପାଳିତ ହୁଏ । ଏହି ପବିତ୍ର ରଥଯ଼ାତ୍ରା କିମ୍ୱଦନ୍ତୀ ଅନୁସାରେ ତିନି ଠାକୁର ନିଜ ନିଜ ରଥରେ ବସି ନିଜ ମାଉସୀ ମାଁ ମନ୍ଦିର କୁ ଯାତ୍ରା କରନ୍ତି, ଶ୍ରୀ ଜଗନ୍ନାଥ ନିଜ ନନ୍ଦିଘୋଷ ରଥରେ, ଶ୍ରୀ ବଳଭଦ୍ର ତାଳଧ୍ୱଜ ରଥେର ଏବଂ ଦେବୀ ସୁଭଦ୍ରା ଦର୍ପଦଳନ ରଥରେ ବିରାଜମାନ କରିଥାଆନ୍ତି । ଦଶଦିନର ରହଣି କାଳ ପରିସମାପ୍ତ କରି ତିନି ଠାକୁର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ଏହି ଯ଼ାତ୍ରା ଓଡ଼ିଶା ବ୍ୟାପୀ ମହା ସମାରୋହରେ ପାଳିତ ହୋଇଥାଏ ତିନି ଠାକୁର ଙ୍କୁ ସୁସଜ୍ଜିତ ରଥ ରେ ବିରାଜମାନ କରିଥିବା ଅବସ୍ଥାରେ ଦର୍ଶନ କରିବାପାଇଁ ଭକ୍ତ ଙ୍କ ର ଜନସମୁଦ୍ର ଲାଗି ରହିଥାଏ ।

ଝାରସୁଗୁଡ଼ା ଜିଲ୍ଲାଠାରୁ 7 କି.ମି. ଅନତି ଦୂରରେ ଅବସ୍ଥିତ କୁକୁରଜଙ୍ଗା ଗ୍ରାମରେ ଏହି ରଥଯ଼ାତ୍ରା ମହା ସମାରୋହରେ ପାଳିତ ହୁଏ । ପ୍ରତି ବର୍ଷ ଏହି ରଥଯ଼ାତ୍ରା ଶୁକ୍ଳପକ୍ଷ ଦ୍ୱିତିୟା ଠାରୁ ଶୁକ୍ଳପକ୍ଷ ଦଶମୀ ତିଥି ପର୍ଯ଼୍ୟନ୍ତ ଦଶଦିନ ଧରି ପାଳିତ ହୁଏ । କିନ୍ତୁ ଆଷାଢ଼ ପୂର୍ଣ୍ଣିମା ପ୍ରର୍ଯ୍ୟନ୍ତ ଲାଗିରହେ ।

ରାମପୁର ଜମିଦାରଙ୍କ ଅଧିନରେ ଏହି କୁକୁରଜଙ୍ଗା ଗ୍ରାମରେ 1700 ମସିହାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠିତ ହୋଇଥିଲା । ସେହି ବର୍ଷ ଠାରୁ  ଏହି ଗ୍ରାମରେ ମନ୍ଦିର ପରିଚ଼ାଳନା କମିଟୀ ଦ୍ୱାରା ଏହି ପର୍ବ ପାଳିତ ହୋଇ ଆସୁଅଛି ।  ତିନି ଠାକୁର ଙ୍କ ପାଇଁ ଏକ ବିରାଟ ରଥ ନିର୍ମାଣ କରାଯ଼ାଇଛି । 16 ଚ଼କ ବିଶିଷ୍ଟ ଏହି ରଥରେ ବିଶେଷତ୍ୱ ରହିଛି ପ୍ରତିବର୍ଷ, ନିକଟସ୍ଥ ଗାଁ ଓ ସହରରୁ ହଜାର ହଜାର ଭକ୍ତ ଏହି ରଥଯ଼ାତ୍ରା କୁ ଉପଭୋଗ କରିବା ପାଇଁ ରୁଣ୍ଡ ହୋଇଥାଆନ୍ତି ।

ରାଜପୁର ର ଗୋକୁଳାଷ୍ଟମୀ ଯ଼ାତ୍ରା-

ସମ୍ବଲପୁରର ରାଜା ଶ୍ରୀ ମଧୁକର ସାଏ ଙ୍କ ଦାୟାଦ ରାଜପୁରର ଜମିଦାର ଙ୍କ ଅମଳ ଠାରୁ ଏହି ଗୋକୁଳାଷ୍ଟମୀ ଯାତ୍ରା ମହା ସମାରୋହରେ ପାଳିତ ହୋଇଆସୁଅଛି । ଏହି ଉତ୍ସବ ଅଗ୍ରହିଆ ପରମ୍ପରା  ଏକ ପ୍ରତୀକ ଓ ଲୋକ ଉତ୍ସବ ରୂପେ ବେଶ୍ ପରିଚ଼ିତ କୃଷି କାର୍ଯ଼୍ୟରେ ବ୍ୟବହୃତ ହେଉଥିବା ଗୃହପାଳିତ  ଗାଈ ଓ ଗୋରୁ ଙ୍କୁ ମଧ୍ୟ ଏହି ଉତ୍ସବ ମାଧ୍ୟମରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାଜପୁର ର କୃଷକ ସମାଜ ଏହି ପର୍ବକୁ ପାଳନ କରିଥାଆନ୍ତି । ରାଜପୁର ଜମିଦାରଙ୍କ ଗୃହସମ୍ମୁଖରେ ଏକ ସୁନ୍ଦର ଜଗନ୍ନାଥ ମନ୍ଦିରଟିଏ ଅବସ୍ଥିତ । ମାର୍ଗଶିର ମାସର ଶୁକ୍ଳପକ୍ଷ ର ସପ୍ତମୀ ତିଥି ସଂଧ୍ୟାରେ ଗୋବର୍ଦ୍ଧନଧାରୀ ଶ୍ରୀକୃଷ୍ଣ ଙ୍କ ମୂର୍ତ୍ତୀ ପ୍ରସ୍ତୁତ କରାଯ଼ାଏ ଏବଂ ଭଜନ କୀର୍ତ୍ତନ ସହ ପୂଜାର୍ଚ୍ଚନା କରାଯ଼ାଏ ଏହି ରାତ୍ରୀରେ ବିଭିନ୍ନ ପ୍ରକାର ସାଂସ୍କୃତିକ କ୍ରିୟାକଳାପ ର ଆୟୋଜନ କରାଯାଇ ଥାଏ, ତା ପରଦିନ ସକାଳଠାରୁ ରାତ୍ରୀ ପର୍ଯ୍ୟନ୍ତ ଲାଗିରହେ । ଏହି ପବିତ୍ର ଗୋକୁଳାଷ୍ଟମୀ ଉତ୍ସବ ଇତ୍ୟବସରରେ ଗାଁର ବିଦ୍ୟାଳୟ ପରିସରରେ ଲୋକମାନଙ୍କ ପାଇଁ ଭୋଜନର  ବ୍ୟବସ୍ଥା କରାଯ଼ାଇଥାଏ । ଏହିଦିନ ସଂଧ୍ୟା ରେ ଗାଁ ଜମିଦାର ଗ୍ରାମ ପରିଭ୍ରମଣ କରିଥାନ୍ତି ଲୋକଙ୍କୁ ଖାଦ୍ୟ ପରିବେଷଣ କରିବାରେ ମଧ୍ୟ ଭାଗନେଇଥାନ୍ତି । ଗାଁ ଜମିଦାର ମହାଶୟ ସଂଧ୍ୟା ରେ ଗାଈ ଗୋରୁ ଘରକୁ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରି ବସିଥାଆନ୍ତି ।

ବେଲପାହାଡ଼ ଭଗବାନ ଜଗନ୍ନାଥ ଙ୍କ ସବିତା ରଥଯ଼ାତ୍ରା-

ଝାରସୁଗୁଡ଼ା ଜିଲ୍ଲାରୁ 22 କି.ମି. ଦୂରରେ ଥିବା ବେଲପାହାଡ଼ ଗୁମାଡ଼େରା ଜଗନ୍ନାଥ ମନ୍ଦିର ପରିଚ଼ାଳନା କମିଟୀ ଦ୍ୱାରା ପ୍ରତି ବର୍ଷ ମକର ସଂକ୍ରାନ୍ତି ଅବସରରେ “ସବିତା” ରଥଯ଼ାତ୍ରା ଆୟୋଜିତ ହୋଇଥାଏ । କଥାରେ ଅଛି ଏହି ଦିନ ସୂର୍ଯ୍ୟ ଦେବତା ( ସବିତା) ମକର ରାଶିରେ ବାସ କରନ୍ତି । ଏଣୁକରି ଗୁମାଡ଼େରାର ଭଗବାନ ଜଗନ୍ନାଥ ଙ୍କ ରଥକୁ ସବିତା ରଥ ବା ସୂର୍ଯ୍ୟ ରଥ ନାମରେ ନାମିତ କରାଯ଼ାଇଅଛି ।

ମକର ସଂକ୍ରାନ୍ତି ଦିନ ସମୟ 1 ଟା ରେ ଜଗନ୍ନାଥ ମନ୍ଦିରର ତିନି ଦେବା ଦେବୀ ସବିତା ରଥ ରେ ଆରୋହଣ କରି ମାଉସୀ ମାଁ ଘର ଅଭିମୁଖେ ଯାତ୍ରା କରନ୍ତି । ଏହି ଉତ୍ସବ ସମୟରେ ହଜାର ହଜାର ତୀର୍ଥଯାତ୍ରୀ ରୁଣ୍ଡ ହୋଇଥାନ୍ତି ଓ ନାଚ, ଗୀତ,  କିର୍ତ୍ତନ ରେ ଭକ୍ତି ସ୍ରୋତରେ ନିଜକୁ ସାମିଲ କରିଥାଆନ୍ତି । ଅପରାହ୍ନ ପ୍ରାୟ 3 ଟା ସମୟରେ ଭଗବାନ ମାଉସୀ ମାଁ ମନ୍ଦିର ରୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ଏହି ସମୟରେ ଗୁମାଡ଼େରା ର ଭଗବାନ ଚ଼ନ୍ଦ୍ରଶେଖର ବାଟମଙ୍ଗଳା ପାଖରେ ଥିବା ବଡ଼ଦାଣ୍ଡ ଆଡ଼କୁ ସ୍ୱତନ୍ତ୍ର ରଥରେ ଯାତ୍ରା କରିଥାଆନ୍ତି ।  ଯ଼ାହାକୁ ହରିହିର ଭେଟ ବୋଲି କୁହାଯ଼ାଏ । ଏହି ଦିବ୍ୟ ଅବସର କୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଲୋକମାନେ ରୁଣ୍ଡ ହୁଅନ୍ତି । ଏହି ସମୟକୁ ଆହୁରି ଜୀବନ୍ତ କରିବା ପାଇଁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ରକ୍ରମ ସବୁ ପାଳିତ ହୋଇଥାଏ ।