କୋଇଲି ଘୁଗର
କୋଇଲି ଘୁଘର ଜଳ ପ୍ରପାତ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ କୁସୁମବାହାଲ ଗ୍ରାମ ନିକଟରେ ଅବସ୍ଥିତ । ଏହା ଝାରସୁଗୁଡାର ସହରରୁ ୫୫ କି.ମି. ଦୂରରେ ଅଛି ।ଏହା ସବୁଜ ବନାନୀ ଭରା ଏକ ମନଲୋଭା ଦର୍ଶନୀୟ ସ୍ଥାନ । ଅହିରାଜ ନାମକ ଏକ କ୍ଷୁଦ୍ର ଜଳଧାର ଛଇ କାଞ୍ଚ ପାହାଡ଼ି ଅରଣ୍ୟରୁ ବାହାରିଛି ଏବଂ ଏହା ପଥୁରିଆ ପଥରେ ଗତିଶୀଳ ଅବସ୍ଥାରେ ୨୦୦ ଫୁଟ ତଳେ ପଡ଼ି କୋଇଲି ଘୁଘର ନାମକ ଜଳପ୍ରପାତ ସୃଷ୍ଟି କରିଛି । ଏହି ଜଳପ୍ରପାତ ର ପାଣି ପଶ୍ଚିମ ମୁହାଁ ହୋଇ ମହାନଦୀରେ ମିଶିଛି, ଯ଼ାହା ଦେଖିବାକୁ ଅତ୍ୟନ୍ତ ମନୋରମ ଏବଂ ଆକର୍ଷଣୀୟ । କୋଇଲି ଘୁଘର ଜଳପ୍ରପାତରେ ମହେଶ୍ୱରନାଥ ନାମରେ ଏକ ଶିବାଳୟ ମଧ୍ୟଅଛି ଯାହାର ଶିବଲିଙ୍ଗ ଜଳମଗ୍ନ ଅବସ୍ଥାରେ ଥିବା ଯୋଗୁଁ କାହାରିକୁ ଦୃଶ୍ୟମାନ ହୋଇନଥାଏ । କିନ୍ତୁ କେବଳ ଶୀତ ଓ ଗ୍ରୀଷ୍ମ ରୁତୁରେସୂର୍ଯ୍ୟ କିରଣର ପ୍ରତିବିମ୍ବଦ୍ୱାରା ଜଳମଗ୍ନ ଶିବଲିଙ୍ଗ ଦୃଶ୍ୟମାନ ହୋଇଥାଏ । ଏଥିପାଇଁ ପର୍ଯ଼୍ୟଟକଙ୍କ ଦର୍ଶନାର୍ଥେ ଜଳପ୍ରପାତ ପାର୍ଶ୍ୱରେ ଆଉ ଏକ ଶିବଲିଙ୍ଗ ପ୍ରତିଷ୍ଠା କରାଯ଼ାଇଛି । ଏଠାରେ ପ୍ରତିବର୍ଷ ଶିବରାତ୍ରି ଦିନ ଏକ ପର୍ବ ପାଳିତ ହୁଏ ଯେଉଁଠାରେକି ପ୍ରବଳ ଜନସମାଗମ ଦେଥିବାକୁ ମିଳେ ।
ଫଟୋ ଗାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଝାରସୁଗୁଡା
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା : ୫୫ କି.ମି.
ସଡ଼କ ପଥରେ
ବେସରକାରୀ ଯାନ ଦ୍ୱାରା ବେଲପାହାଡ଼ରୁ ପହଞ୍ଚି ପାରିବେ